This browser does not support the video element.
ଉଦଳା: ବେଗୁନିଆ ଗାଁରେ ରାସ୍ତାର ଅବସ୍ଥା ଶୋଚନୀୟ; କାଦୁଅ ରାସ୍ତାରେ ଧାନ ତଳି ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ, ରଖିଲେ ପ୍ରତିକ୍ରିୟା
Udala, Mayurbhanj | Sep 18, 2024
ଯେଉଁଥି ପାଇଁ ରାସ୍ତାରେ ଧାନ ଗଛ ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଅଧୀନ ପରାସୀବାଡ଼ି ବେଗୁନିଆ ଗ୍ରାମରେ । ମୁଖ୍ୟ ରାସ୍ତା ରୁ ୨ କିଲୋମିଟର ରାସ୍ତା ପାର ହେଲେ ଆପଣ ଗ୍ରାମରେ ପହଁଚିବେ । ହେଲେ ଏହି ୨ କିଲୋମିଟର ରାସ୍ତା ପୁରା କାଦୁଅରେ ଭର୍ତ୍ତି। ଆଣ୍ଠୁଏ ଲେଖାଏଁ କାଦୁଅ ରାସ୍ତାରେ ଭର୍ତ୍ତି ହୋଇଥିବା କାରଣରୁ ଏହି ରାସ୍ତାରେ ଯିବା ଆସିବା ଯନ୍ତ୍ରଣା ସାଜିଛି । ସେ ବାରମ୍ବାର ଜଣାଇବା ପରେବି କେହି ଶୁଣୁ ନଥିବାରୁ ଆଜି ଦିବା ୧୦ ଘଟିକା ସମୟରେ ଧାନ ତଳି ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।