Download Now Banner

This browser does not support the video element.

ଦେବଗଡ: ସାଧୁପାଲି ଗ୍ରାମରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ

Debagarh, Debagarh (Deogarh) | Sep 9, 2025
ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ସାଧୁପାଲି ଗ୍ରାମରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି । ମାତ୍ର ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ରାତି ୧୦ ଟାରେ ଏନେଇ ରିଆମାଳ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ସାଧୁପାଲି ଗ୍ରାମର କପିଳେଶ୍ୱର ନାଏକ ଘର ସମ୍ମୁଖରେ ଏକ ଚୌକି ପକାଇ ବସିଥିଲେ । ଉକ୍ତ ସମୟରେ ସେହି ଗ୍ରାମର ହାଡିବନ୍ଧୁ ସୁହୁଳା ଏକ ସାଇକେଲ ଯୋଗେ ଯାଉଥିବା ବେଳେ କପିଳେଶ୍ୱରଙ୍କୁ ଧକ୍କା ଦେଇଥିଲା ।
Read More News
T & CPrivacy PolicyContact Us