This browser does not support the video element.
କୋରାପୁଟ ସହର: କୋରାପୁଟ ୱାର୍ଡ଼ ନଂ ୩ ରେ ନୁତନ ରାସ୍ତା ସହ ରାସ୍ତା କଡ଼ ଫେବର ବ୍ଳକ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ଯୋଗଦେଲେ ଚେୟାରମେନ
Koraput Town, Koraput | Sep 11, 2025
କୋରାପୁଟ ପୌର ପରିଷଦର ୱାର୍ଡ଼ ନଂ ୩ ରେ ଗୋଟିଏ ନୁତନ ରାସ୍ତା ଓ ଗୋଟିଏ ରାସ୍ତା କଡ ଫେବର ବ୍ଳକ ନିର୍ମାଣ କାର୍ଯ୍ୟ ଆଜି ଦିନ ୨ଟା ସମୟରେ ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ ଯୋଗଦେଇ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଛନ୍ତି। ଅଞ୍ଚଳରେ ଦୀର୍ଘବର୍ଷ ଧରି ଉକ୍ତ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସିନ୍ଦା ଦାବି କରି ଆସୁଥିବାବେଳେ ଆଜି ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିବାରୁ ସ୍ଥାନୀୟ କାଉନସିଲର କାଦମ୍ବିନୀ ସେଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟମାନଙ୍କ ମଧ୍ୟରେ ମୁନସିପାଲଟି ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ରହିଥିଲେ।