This browser does not support the video element.
ବିଞ୍ଝାରପୁର: ଅକୁଣ୍ଡ ଗାଁ ସ୍ଥିତ ଅଲେଖେଶ୍ୱର ମହାଦେବ ମଣ୍ଡପର ଉଦଘାଟନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟିକା
Binjharpur, Jajpur | Aug 23, 2025
ବିଂଝାରପୁର ବ୍ଲକ ଅକୁଣ୍ଡ ଗାଁ ସ୍ଥିତ ଅଲେଖେଶ୍ୱର ମହାଦେବ ମଣ୍ଡପ ଉଦଘାଟନ ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ବିଧାୟିକା l ଆଜି ବିଂଝାରପୁର ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ଅଲେଖେଶ୍ୱର ମହାଦେବ ମଣ୍ଡପକୁ ଉଦଘାଟନ କରିଥିଲେ l ଅନେକ ଦିନ ହେବ ଗ୍ରାମବାସୀଙ୍କ ପକ୍ଷରୁ ଏହି ମଣ୍ଡପ ପାଇଁ ଦାବୀ ହେଉଥୁବା ବେଳେ ଆଜି ଉଦଘାଟନ ହେଇଥିବାରୁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l