This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ରାଜଭବନ ନିକଟ ବାସଭବନରେ ନିଜ ପ୍ରତିକ୍ରିୟାରେ ଗଛ ଲଗେଇବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Bhubaneswar M Corp, Khordha | Sep 13, 2025
ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।