This browser does not support the video element.
କେନ୍ଦୁଝର ସହର: ବଡବିଲ ପୌରପାଳିକା ପକ୍ଷରୁ ବିକାଶ ମହଲଠାରେ ଲୋକସେବା ମେଳା ଅନୁଷ୍ଠିତ
Kendujhar Town, Kendujhar | Sep 26, 2025
ବଡବିଲ ସହରର ବିକାଶ ମହଲଠାରେ ଆଜି ପୌରପାଳିକା ପକ୍ଷରୁ ଲୋକସେବା ମେଳା ଅନୁଷ୍ଠିତ ହୋଇଛି। ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହା ଆୟୋଜିତ ହୋଇଥିବା ବେଳେ ଏଥିରେ ସ୍ବାସ୍ଥ୍ୟ, ବ୍ୟାଙ୍କ ଆଦି ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ମେଳାରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଦର୍ଶନୀ ସହ ସ୍ବାସ୍ଥ୍ୟ ଶିବିର, ଫୁଡଷ୍ଟଲ୍ ଆଦି ବ୍ୟବସ୍ଥା କରା ଯାଇଥିବା ବେଳେ ଶତାଧିକ ଲୋକ ଏହାର ଲାଭ ଉଠାଇଥିଲେ।