This browser does not support the video element.
କଟକ ପୌରାଞ୍ଚଳ: ଏସସିବି ମେଡିକାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାନସଭା ବାଚସ୍ପତି
Cuttack M Corp PS, Cuttack | Sep 8, 2025
କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାନସଭା ବାଚସ୍ପତି ସୁରମା ପାଢୀ। ସୋମବାର ରାତି ୯ ଟା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସସିବି ମେଡ଼ିକାଲ କଲେଜ ଜୁନିଅର ଡାକ୍ତର ସଂଘ, ଆଇଏମଏ ଓ ଜେଡିଏନ ଆନୁକୁଲ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଜୀବନ ରକ୍ଷା କରିବା ଦିଗରେ ଡାକ୍ତରମାନଙ୍କ ଅବଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁ ବୋଲି କହିଛନ୍ତି ବାଚସ୍ପତି।