This browser does not support the video element.
ଯାଜପୁର: ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାତା ଦିବସ ଅନୁଷ୍ଠିତ
Jajapur, Jajpur | Oct 1, 2025
ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାତା ଦିବସ ଅନୁଷ୍ଠିତ ହେଇଯାଇଛି l ଆଜି ଯାଜପୁର ରୋଡ ରକ୍ତ ଭଣ୍ଡାର ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ଗୌତମ ସାହୁ ଅତିଥିଭାବେ ଯୋଗଦେଇ ରକ୍ତଦାନ କରୁଥୁବା ଯୁବକ ଯୁବତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l ବିଶେଷ ଭାବରେ ଆଜିର ଦିନରେ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନର ଆବଶ୍ୟକତା ଥିବା ଉପସ୍ଥିତ ଅତିଥି କହିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ରାଜେଶ ରାଉତ,ପ୍ରକାଶ ଜେନା ଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ l