Download Now Banner

This browser does not support the video element.

ବିଶୋଇ: ପିଟିଧିରି ଗ୍ରାମର ଯୁବ ଶିକ୍ଷକଙ୍କ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ମୃତ, ଆଜି ହେଲା ଶବ ବ୍ୟବଚ୍ଛେଦ

Bisoi, Mayurbhanj | Jul 11, 2024
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଞ୍ଚି - ବିଜଓ୍ୱଡା ୨୨୦ ନମ୍ବର ଜାତୀୟ ରାଜପଥର ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସୀଙ୍ଗୀ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ।ସୂଚନା ଅନୁସାରେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ଥିବା ଯୁବକ ଜଣକ ହେଲେ ଜାମଦା ଥାନା ଅନ୍ତର୍ଗତ ପିଟିଧିରି ଗ୍ରାମର ସ୍ବର୍ଗତ ଲକ୍ଷ୍ମଣ ଚରଣ ମାଝୀଙ୍କ ପୁଅ ସନତ କୁମାର ମାଝୀ(୨୬)ବୋଲି ଜଣା ପଡିଛି। ରାଇରଙ୍ଗପୁରରୁ ରଥ ମେଳା ଦେଖି ରାତି ପାଖାପାଖି ଦୁଇଟା ସମୟରେ ପଣ୍ଡୁପାଣି ସ୍କୁଲ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
Read More News
T & CPrivacy PolicyContact Us