This browser does not support the video element.
ଓରିଏଣ୍ଟ: ବେଲପାହାଡ: ଗୁମାଡେରା ବେଲପାହାଡ ରାସ୍ତା ସତସଙ୍ଗ ବିହାର ନିକଟରେ ବାଇକ-କାର ଧକ୍କା, ଜଣେ ଆହତ
Orient, Jharsuguda | Sep 16, 2024
ଝାରସୁଗୁଡା ଜିଲ୍ଲା ଗୁମାଡେରା ବେଲପାହାଡ ରାସ୍ତା ସତସଙ୍ଗ ବିହାର ନିକଟରେ ଏକ ବାଇକ ଓ କାର ମଧ୍ୟରେ ସୋମବାର ମଧ୍ୟାନ୍ନ 12 ଟାରେ ଧକ୍କା ହୋଇଛି l ଫଳରେ ବାଇକ ଆରୋହୀ ଜଣକ ଆହତ ହୋଇଛନ୍ତି l ବାଇକ ଆରୋହୀ ଜଣକ ବ୍ରଜରାଜନଗରର ଅଙ୍କୁଶ ନନ୍ଦା ବୋଲି ଜଣାପଡିଛି l ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ତ ଚିକିତ୍ସାଳୟ କୁ ପଠାଇଛନ୍ତି l ସୂଚନା ଅନୁଯାୟୀ ଗୁମାଡେରା ପଟୁ ଏକ ବାଇକ ଯୋଗେ ଦ୍ରୁତ ଗତିରେ ଅଙ୍କୁଶ ବେଲପାହାଡ ପଟକୁ ଆସୁଥିଲେ l ଫଳରେ ଭାରସା ସତସଙ୍ଗ ବିହାର ନିକଟରେ ଭାରସାମ୍ୟ ହରାଇ ଏକ କାରକୁ ସେ ଧକ୍କା ଦେଇ ତଳେ ପଡିଯାଇଥିଲେ l