This browser does not support the video element.
ନୂଆପଡା: ବୋଡେ଼ନରେ କଂଗ୍ରେସର ସଂଗଠନ ସୃଜନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏଆଇସିସିର ଚାରି ଜଣ ପର୍ଯ୍ୟବେକ୍ଷକ
Nuapada, Nuapada | Sep 4, 2025
ତୃଣମୂଳ ସ୍ତରରେ କଂଗ୍ରେସ ତାର ସଂଗଠନକୁ ମଜଭୁତ କରିବା ପାଇଁ 'ସଂଗଠନ ସୃଜନ' କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏକା ସାଙ୍ଗରେ ଓଡିଶା ,ଝାରଖଣ୍ଡ,ଉତ୍ତରାଖଣ୍ଡ ଏବଂ ପଞ୍ଜାଵରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଲେ ଏହି କାର୍ଯ୍ୟକ୍ରମ ପାଇଁ ମନୋଜ ଚୌହାନ, ସତ୍ୟଜିତ ଗମାଙ୍ଗୋ, ମୁରଲୀଧର ନାୟକ ଏବଂ ଟଙ୍କଧର ସାହୁଙ୍କୁ ନୂଆପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିୟୋଜିତ କରାଯାଇଛି। ଏହି ଚାରି ଜଣିଆ କମିଟି ଆଜି ବୋଡେ଼ନରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।