This browser does not support the video element.
ଧର୍ମଗଡ: ପାନୀୟ ଜଳ ଯୋଗାଣରେ ଗୋଳିଆ ଏବଂ ଦୁଷିତ ପାଣି ଅଭିଯୋଗ, ବିରିପୁର ପମ୍ପ ହାଉସ ସହ ହାତୀ ନଦୀର ଗଭୀର ନଳକୂପ ପରିଦର୍ଶନ କଲେ ବିଡ଼ିଓ
Dharamgarh, Kalahandi | Sep 8, 2025
ବିରିପୁର ହାତୀ ନଦୀ ଗଭୀର ନଳକୂପରୁ ପମ୍ପ ମାଧ୍ୟମରେ କଲମପୁର ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆ ଯାଉଛି । କିନ୍ତୁ ନିକଟରେ ଏହି ଯୋଗାଣ ହେଉଥିବା ପାଣି ଗୋଳିଆ ଏବଂ ଦୁଷିତ ହେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଇଥିଲା। ଏହି ଖବରର ଗୁରୁତ୍ବ ଦୃଷ୍ଟିରୁ ସୋମବାର ବିଭାଗୀୟ ଅଧିକାରୀଙ୍କୁ ନେଇ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ବିରିପୁର ହାତୀ ନଦୀ ର ପମ୍ପ ହାଉସ ସହ ଗଭୀର ନଳକୂପ ପରିଦର୍ଶନ କରିଥିଲେ। ଏହାସହ ଦୁଷିତ ଏବଂ ଗୋଳିଆ ପାଣି କେଉଁ ପରିସ୍ଥିତିରେ ଯୋଗାଣ ହେଲା ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।