This browser does not support the video element.
ଚମ୍ପୁଆ: ବକେୟା ଦରମା ପ୍ରଦାନ ଦାବିରେ ଠାକୁରାଣୀ ସ୍ଥିତ ଓଏମଡିସି ଅଫିସ ସମ୍ମୁଖରେ କର୍ମଚାରୀଙ୍କ ଧାରଣା
Champua, Kendujhar | Sep 10, 2025
କିଛି ଦିନ ଅନ୍ତରାଳେ ପୁଣି ବଡବିଲ ଠାକୁରାଣୀ ସ୍ଥିତ ଓଏମଡିସି ଅଫିସ ସମ୍ମୁଖରେ ଆଜି କର୍ମଚାରୀ ମାନେ ଧାରଣାରେ ବସିଥିବା ଦେଖା ଯାଇଛି। ବକେୟା ୯ ମାସର ଦରମା ସହ ଅନ୍ୟାନ୍ୟ ଭତ୍ତା ତଥା ନିୟମିତ ଇପିଏଫ୍ ଜମା ଆଦି ଦାବିରେ ଆଜିଠାରୁ କର୍ମଚାରୀ ମାନେ ଧାରଣାରେ ବସିଥିବା ବେଳେ ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ହେଲେ ନିଜ ପରିବାର ସହ ଆତ୍ମଦାହ କରିବେ ବୋଲି ଚେତାବନୀ ଦେଇଛନ୍ତି।