Download Now Banner

This browser does not support the video element.

ସୁନ୍ଦରଗଡ ସହର: ଦେଶୀ ମଦ ଚାଲାଣ ବେଳେ କିରେଇ ଛକରୁ ତିନିଜଣ ଅଭିଯୁକ୍ତକୁ ଗିରଫ ସହ ଏକ ଟାଟା ମେଜିକ ଓ ୧୯୦ ଲିଟର ଦେଶୀ ମଦ ଜବତ

Sundargarh Town, Sundargarh | Aug 27, 2025
ବେଆଇନ ଦେଶୀ ମଦ ଚାଲାଣ ବେଳେ ତିନିଜଣ ଅଭିଯୁକ୍ତକୁ ଗିରଫ ସହ ଏକ ଚାରିଚକିଆ ଟାଟା ମେଜିକ ଓ ୧୯୦ ଲିଟର ଦେଶୀ ମଦ ଜବତ କଲା ପୋଲିସ। ସୂଚନା ଅନୁଯାୟୀ ପୋଲିସ ପକ୍ଷରୁ ସୁନ୍ଦରଗଡ ଜିଲ୍ଲା କିରେଇ ଛକ ନିକଟରେ ପୋଲିସ ପେଟ୍ରୋଲିଂ ସମୟରେ ଏକ ଟାଟା ମେଜିକ ଗାଡ଼ିରେ ଦେଶୀ ମଦ ନେଇ ଯାଉଥିବା ବେଳେ ପୋଲିସ ଅଟକ ରଖିଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୧୯୦ ଲିଟର ଦେଶୀ ମଦ ସମେତ ଏଥିରେ ବ୍ୟବହୃତ ଟାଟା ମେଜିକ ଗାଡିକୁ ଜବତ କରାଯାଇଛି। ତେବେ ଏହାକୁ ନେଇ ସୁନ୍ଦରଗଡ଼ ଟାଉନ ଥାନା ପକ୍ଷରୁ ଆଜି ଦିନ ବାରଟା ସମୟରେ ଏକ ମାମଲା ରୁଜ୍ଜୁ ହୋଇଛି।
Read More News
T & CPrivacy PolicyContact Us