This browser does not support the video element.
ଝାରସୁଗୁଡା: ଗୁମାଡେରା ମୁଖ୍ୟ ବଜାରରେ ମାରପିଟ ଘଟଣାରେ ୨ ଜଣ ଅଭିଯୁକ୍ତକୁ ବେଲପାହାଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି
Jharsuguda, Jharsuguda | Sep 12, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ମୁଖ୍ୟ ବଜାରରେ ହୋଇଥିବା ଏକ ମାରପିଟ ଘଟଣାରେ ୨ ଜଣ ଅଭିଯୁକ୍ତକୁ ବେଲପାହାଡ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ଗୁମାଡେରା ଖଣ୍ଡାପଡ଼ାର ଅଭି ସୁନା ଓ ଆଦି ସୁନା ବୋଲି ଜଣାପଡିଛି l ଗତ ଗୁରୁବାର ସନ୍ଧ୍ୟାରେ ଗୁମାଡେରାର ହରିଶ ଅଗ୍ରୱାଲ ଗୁମାଡେରା ବଜାରରେ ଥିବାବେଳେ ଅଭିଯୁକ୍ତ ଅଭି ତାଙ୍କୁ ଧମକ ଚମକ ଦେଇ ଟଙ୍କା ମାଗିଥିଲେ l ଟଙ୍କା ଦେବାକୁ ହରିଶ ମନା କରିବାରୁ ଅଭିଯୁକ୍ତ ଅଭି ଓ ମିଶି ହରିଶଙ୍କୁ ମାରପିଟ କରିଥିବାନେଇ ବେଲପାହାଡ ଥାନାରେ ହରିଶ ଅଭିଯୋଗ କରିଥିଲେ l