Download Now Banner

This browser does not support the video element.

କୋରାପୁଟ ସହର: ବିକଶିତ ଓଡ଼ିଶା ବିକଶିତ ଭାରତ ଅଭିଯାନରେ କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଭିଜନ ଡକ୍ୟୁମେଣ୍ଟ ଦୁଇ ଦିନିଆ କର୍ମଶାଳା

Koraput Town, Koraput | Aug 23, 2025
କୋରାପୁଟ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଅଭିଯାନର ଭିଜନ ଡକ୍ୟୁମେଣ୍ଟ ନିମନ୍ତେ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି। ଆଜି ଅପରାହ୍ନ ୪ଟା ସମୟରେ ଆୟୋଜିତ କର୍ମଶାଳାରେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ପରିବାର ଅନୁଷ୍ଠାନ ଏବଂ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏକତା ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଆୟୋଜିତ କର୍ମଶାଳାରେ ଉପ ସଚିବ ସନ୍ୟାସୀ ବେହେରା ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us