This browser does not support the video element.
ବିଞ୍ଝାରପୁର: ଲଗାଣ ବର୍ଷାରେ ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀଙ୍କ ରାସ୍ତାରୋକ
Binjharpur, Jajpur | Jul 26, 2024
ଯାଜପୁର ରେ ଆଜି ସକାଳୁ ଲଗାଣ ବର୍ଷା ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇଛି। ଯାଜପୁର ଜିଲାପାଳ ଅଫିସ ସମ୍ମୁଖରେ ଚାଲୁଥିବା ଅସ୍ଥାୟୀ ପରିବା ହାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଫଳରେ ଲୋକେ ନାନା ହଇରାଣ ହରକତ ହୋଇଥିଲେ। ସେହିଭଳି ଆମିଷ ମାର୍କେଟ କୁ ମଧ୍ୟ କାଦୁଅ ଯୋଗୁ ଯାଇପାରି ନଥିଲେ ଗ୍ରାହକ। ଏଭଳି ପରିସ୍ଥିତି ରେ ଉତ୍ୟକ୍ତ ବ୍ୟବସାୟୀ ମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।