This browser does not support the video element.
ଦେବଗଡ: ତିଲେଇବଣି ହାଇସ୍କୁଲ ଖେଳପଡିଆରେ ବ୍ଲକ ସ୍ତରୀୟ ଖେଳକୁଦ ସମୂହ ପ୍ରତିଯୋଗିତା ଉଦଘାଟିତ
Debagarh, Debagarh (Deogarh) | Sep 9, 2025
ଦେବଗଡ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ତିଲେଇବଣି ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଦ୍ୱିଦିବସୀୟ ବ୍ଲକ ସ୍ତରୀୟ ଖେଳକୁଦ ସମୂହ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ଦିନ ୪ ଟା ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ଅଣୁଷ୍ଠିତ ହୋଇଥିଲା । ତିଲେଇବଣି ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ତତ୍ୱାବଧାନ ଓ ଜିଲ୍ଲା ଶାରୀରୀକ ଶିକ୍ଷା ଅଧିକାରୀଣି ପଦ୍ମିନୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।