This browser does not support the video element.
ଦେବଗଡ: ବନଖଣ୍ଡ ସମ୍ମିଳନୀ କକ୍ଷ ସମ୍ମୁଖରୁ ବୃକ୍ଷରୋପଣ ଅଭିଯାନ ପାଇଁ ସଚେତନତା ରଥର ଶୁଭାରମ୍ଭ
Debagarh, Debagarh (Deogarh) | Sep 11, 2025
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତା ୧୭ ତାରିଖ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ଦେବଗଡ ବନଖଣ୍ଡରେ ଏହାକୁ ସଫଳ କରିବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଥିବା ବେଳେ ପ୍ରତି ପଂଚାୟତ ସ୍ତରରେ ବିଭିନ୍ନ ପ୍ରକାରର ବୃକ୍ଷ ପ୍ରଦାନ କରାଯାଇଛି । ଦେବଗଡ ବନଖଣ୍ଡ ସମ୍ମିଳନୀ କକ୍ଷ ସମ୍ମୁଖରେ ଗୁରୁବାର ଉକ୍ତ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଦେବଗଡ ବନଖଣ୍ଡ ଅଧିକାରୀଣୀ ରଶ୍ମୀ ଜିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଥିଲେ।