This browser does not support the video element.
ଧରାକୋଟ: ମାଣିକପୁର ସମବାୟ ସମିତି ଆଗରେ ସାର ପାଇଁ ଚାଷୀ ଙ୍କ ଲମ୍ବାଲାଇନ, ରୁଗୁମୁ ରେ ସାର ବଣ୍ଟନ କୁ ନେଇ ଥାନାରେ ମାମଲା ରୁଜୁ
Dharakote, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ମାଣିକପୁର ସେବା ସମବାୟ ସମିତି ରେ ଆଜି ସାର ପାଇଁ ହାଇଡ୍ରାମା ଦେଖିବାକୁ ମିଳିଛି । ଏହି ସମବାୟ ସମିତି ଅଧିନସ୍ଥ ତିନୋଟି ପଞ୍ଚାୟତ ର ବହୁ ଚାଷୀ ସକାଳୁ ସକାଳୁ ସମିତି ଆଗରେ ଲମ୍ବା ଲାଇନ ଲାଗଇ ଆଧାର କାର୍ଡ ଜମା କରିଥିଲେ । ମାତ୍ର 450 ବସ୍ତା ସାର ଗୋଦାମ ରେ ମହଜୁଦ ଥିବା ରୁ କିଛି ଅଘଟଣ ଘଟିବା ଆଶଙ୍କା କରି ସମ୍ପାଦକ ଜଣକ ସାର ନଦେଇ ଚାଲିଯାଇଥିଲେ । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ସହ ଉତ୍ତେଜନା ପ୍ରକାଶ ପାଇଥିଲା।