This browser does not support the video element.
ବଡଚଣା: ନିଲମ୍ବିତ ହେଲେ ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରିଣୀ,କାର୍ଯ୍ୟ ଅବହେଳା ଦର୍ଶାଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ନିଲମ୍ବିତ ନିର୍ଦ୍ଦେଶ
Badachana, Jajpur | Sep 13, 2025
ନିଲମ୍ବିତ ହେଲେ ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରିଣୀ,କାର୍ଯ୍ୟ ଅବହେଳା ଦର୍ଶାଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ନିଲମ୍ବିତ ନିର୍ଦ୍ଦେଶ l ଗତ କିଛିଦିନ ତଳେ ବଡ଼ଚଣାର ପୂର୍ବତନ ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ବଡ଼ଚଣା ଥାନାରୁ ଅନେତ୍ର ପୋଲିସ ମୁଖ୍ୟାଳୟକୁ ବଦଳୀ କରାଯାଇଥିଲା l ମାତ୍ର ଥାନା ଅଧିକାରିଣୀ ଏହି ଆଦେଶକୁ ନମାନି କାର୍ଯ୍ୟ ରେ ଯୋଗଦେଇ ନଥିଲା l ଏହି ଅବହେଳା କୁ ଦର୍ଶାଇ ଆଜି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଶ୍ରୀମତୀ ବେହେରାଙ୍କୁ ନିଲମ୍ବିତ କରାଯାଇଛି l