This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବଡଗଡ଼ ବ୍ରହ୍ମେଶ୍ଵର ରୋଡ଼ ନିକଟରୁ 165 ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ
Bhubaneswar M Corp, Khordha | Oct 7, 2025
ବଡଗଡ଼ ବ୍ରହ୍ମେଶ୍ଵର ରୋଡ଼ ନିକଟରୁ 165 ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ଥାନା ପୋଲିସ ବଡଗଡ଼ ବ୍ରହ୍ମେଶ୍ଵର ରୋଡ଼ ନିକଟରେ ଅତର୍କିତ ଚଢ଼ଊ କରିଥିଲେ | ଦୁଇଜଣ ବ୍ରାଉନସୁଗର ବେପାରୀ ବୁଲେଟ ମୋଟରସାଇକେଲ ରେ ବୁଲି ବ୍ରାଉନସୁଗର ବେପାର କରୁଥିବା ବେଳେ ମାଡି ବସିଥିଲା ଅବକାରୀ ଥାନା ପୋଲିସ | ତାଙ୍କ ନିକଟରୁ 165ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା ଏବଂ ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ କରିଥିଲା ଅବକାରୀ ଥାନା ପୋଲିସ | ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଲିଟେନ୍ଦ୍ର ବେହେରା ଏବଂ ସୀମାଦ୍ରୀ ରେଡି |