This browser does not support the video element.
ଦେବଗଡ: ଅଗ୍ରପୂଜ୍ୟଙ୍କ ଭଷାଣୀ ସହିତ ଦେବଗଡ ଗଣେଶ ମେଳା ଉଦଯାପିତ, ଶ୍ରୀ ଗଣେଶଙ୍କୁ ବିଦାୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ
Debagarh, Debagarh (Deogarh) | Sep 5, 2025
ଅଗ୍ରପୂଜ୍ୟଙ୍କ ଭଷାଣୀ ସହିତ ଦେବଗଡ ଗଣେଶ ମେଳା ଆଜି ଉଦଯାପିତ ହୋଇଯାଇଛି। ଭଷାଣୀ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଗଣେଶଙ୍କୁ ବିଦାୟ ଦେଇଛନ୍ତି। ସ୍ଥାନୀୟ ପୂଜାମଣ୍ଡପରେ ଦୀର୍ଘ ୧୦ ଦିନ ଧରି ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳାରେ ଲକ୍ଷାଧିକ ଭକ୍ତ ସାମିଲ ହୋଇଥିଲେ। ଆଜି ଅପରାହ୍ନରେ ପୂଜାମଣ୍ଡପରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୂ ଗଜାନନଙ୍କୁ ଏକ ସୁସଜ୍ଜିତ ଯାନରେ ବିଶାଳ ଶୋଭାଯାତ୍ରା ମଧ୍ୟରେ ନଗର ପରିକ୍ରମା କରିବା ପରେ ଷୋହଳ ବଖରୀ କଟାରେ ରାତି ପ୍ରାୟ ୯ ଟାରେ ବିସର୍ଜନ କରାଯାଇଥିଲା ।