This browser does not support the video element.
ସୋହେଲା: ସୋହେଲା ବ୍ଲକ ର ହଳଦୀପାଲି ହାଇଟେକ ପେଟ୍ରୋଲ ପମ୍ପରେ ଜଘନ୍ୟ ହତ୍ୟାକାଣ୍ଡ, ଲିପୁସାହୁ ର 16 ଥର ଟାଙ୍ଗିଆ ଚୋଟ ରେ ବଳିଷ୍ଠ ପଧାନ ମୃତ
Sohela, Bargarh (Baragarh) | Aug 28, 2025
ସୋହେଲା ବ୍ଲକ ର ହଳଦୀପାଲି ହାଇଟେକ ପେଟ୍ରୋଲ ପମ୍ପରେ ଜଘନ୍ୟ ହତ୍ୟାକାଣ୍ଡ ଲିପୁ ସାହୁର ଆକ୍ରମଣରେ ବଳିଷ୍ଠ ପଧାନ ମୃତ । ବଳିଷ୍ଠ ପେଟ୍ରୋଲ ପମ୍ପ ପରିସରରେ ଏକ ପ୍ଲାଷ୍ଟିକ ଚେୟାରରେ ବସି ମୋବାଇଲ ରେ ବ୍ୟସ୍ତ ଥିବାବେଳେ ପଛପଟୁ ଆସି ଗର୍ଭଣା ଗ୍ରାମର ଲିପୁ ସାହୁ ନାମକ ଯୁବକ ନିର୍ମମ ଭାବରେ ଟାଙ୍ଗିଆରେ ହାଣି ଫେରାର ମାରିଥିଲା । ଲଗାତାର 16 ଚୋଟ ମାରି ଫେରାର ହୋଇଯାଇଥିଲା । ଲିପୁ ସାହୁ କୁ ପରେ ସୋହେଲା ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଘଟଣା ଆଜି 11 AM ରୁ 12 PM ଭିତରେ ଘଟିଛି ।