This browser does not support the video element.
ଯାଜପୁର: ଭାସିଗଲା ହସନପୁର ସ୍ଥିତ ଦୁଧେଇନାଳ,ପାଇଲ ସେତୁ ନିମ୍ନମାନର କାମ ଅଭିଯୋଗ କଲେ ଲୋକେ
Jajapur, Jajpur | Sep 4, 2025
ଭାସିଗଲା ହସନପୁର ସ୍ଥିତ ଦୁଧେଇନାଳ,ପାଇଲ ସେତୁ ନିମ୍ନମାନର କାମ ଅଭିଯୋଗ କଲେ ଲୋକେ l ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର ହସନପୁର ଦୁଧେଇ ନାଳର ପାଇଲ ସେତୁ ଆଜି ସକାଲେ ବର୍ଷା ପାଣିରେ ଭାସି ଗଲା। ୧୧ ବର୍ଷ ତଳେ ପୋଲ ନିର୍ମାଣ ହୋଇଥିଲା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପୋଲ ଭାସି ଯାଇଥିବା ଅଭିଯୋଗ ହୋଇଛି। ଏହି ପୋଲ ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ତେବେ ଗତ ଦୁଇ ଦିନ ଧରି ଯାଜପୁର ବ୍ଲକରେ ୧୦୦ ମିମି ବର୍ଷା ହୋଇଥିବାରୁ ଦୁଧେଇ ନାଳରେ ପ୍ରବଳ ପାଣି ଆସିବା ଯୋଗୁଁ ପୋଲଟି ଭାସିଗଲା।