This browser does not support the video element.
ପାରଳାଖେମୁଣ୍ଡି: ଟିଡିସିସି ର ଦୋକାନ ଗୃହ ପରିସରରେ ଥିବା ବିରାଟ କାୟ ଗଛକୁ କାଟୁଥିବା ବେଳେ ବନ ବିଭାଗ ପକ୍ଷରୁ ଗଛ କଟା ବନ୍ଦ ହେଲା।
Paralakhemundi, Gajapati | Sep 6, 2025
ଟିଡିସିସି ର ଦୋକାନ ଗୃହ ପରିସରରେ ଥିବା ବିରାଟ କାୟ ଗଛକୁ କାଟୁଥିବା ବେଳେ ବନ ବିଭାଗ ପକ୍ଷରୁ ଗଛ କଟା ବନ୍ଦ ହେଲା। ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ଆହ୍ଵାନ କ୍ରମେ "ମା" ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁ ରହି ଥିବା ବେଳେ ଗଜପତି ଜିଲ୍ଲା ରାୟଗଡ ସଦର ମହକୁମାରେ ଟିଡିସିସି ର ଦୋକାନ ଗୃହ ପରିସରରେ ଥିବା ବିରାଟ କାୟ ଗଛକୁ ଦୁଇ ଦିନ ଧରି କଟା ଯାଉଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ ରାୟଗଡ ସ୍ଥିତ କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରେ ଥିବା ଟିଡିସିସି ର ଦୋକାନ ଗୃହ ପରିସରରେ ଦୀର୍ଘ ତିରିଶି ବର୍ଷରୁ ଉର୍ଦ୍ଧ ବର୍ଷରୁ ଥିବା ବିରାଟ କାୟ ଗଛ ଟିଏ ରହିଛ