This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀ କଲେଜ ରେ ତୁମୁଳକାଣ୍ଡ, ଅଣ ଛାତ୍ର ମାନଙ୍କ ମାଡ଼ରେ ଦୁଇ ଛାତ୍ର ଆହତ
Bhubaneswar M Corp, Khordha | Sep 10, 2025
ରାଜଧାନୀ କଲେଜ ରେ ତୁମୁଳକାଣ୍ଡ, ଅଣ ଛାତ୍ର ମାନଙ୍କ ମାଡ଼ରେ ଦୁଇ ଛାତ୍ର ଆହତ | ପୁଣି ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ । ଆଜି 2.46ରେ ରାଜଧାନୀ କଲେଜରେ ତୁମୁଳକାଣ୍ଡ । ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗଣ୍ଡଗୋଳରେ ୨ ଛାତ୍ର ଆହତ ହୋଇଥିବା ସୂଚନା। ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଓ ଅଣଛାତ୍ର କ୍ୟାମ୍ପସରେ ମାଡ଼ ମାରିଥିବା ଅଭିଯୋଗ । ମାଡ଼ ମାରି ଲହୁଲୁହାଣ କରିଦେଲେ । ଏକ ନିର୍ଦ୍ଧିଷ୍ଟ ଦଳ ସମର୍ଥିତ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ କରିଥିବା ଅଭିଯୋଗ। ଘଟଣା ସ୍ଥଳରେ ପୋଲିସ ପହଂଚି ଖୋଳ ତାଡ଼ କରିବା ସହ ଭାଇରାଲ ଭିଡ଼ିଓ ଆଧାରରେ ତଦନ୍ତ କରିଥିବା ଦେଖିବାକୁ ମିଳିଛି |