This browser does not support the video element.
ଦେବଗଡ: ଦଣ୍ଡାସିଂହା ଗ୍ରାମରେ ଉଡ଼ କଟର ମାସିନ ଆଘାତରେ ଶ୍ରମିକ ଗୁରୁତର ଆହତ
Debagarh, Debagarh (Deogarh) | Aug 28, 2025
ବାରକୋଟ ବ୍ଳକ ଦଣ୍ଡାସିଂହା ଗ୍ରାମରେ ଜଣେ ଶ୍ରମିକ ଗୁରୁବାର ଅପରାହ୍ନରେ ଉଡକଟର ସହାୟତାରେ କାଠ କାଟୁଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୩ଟା ସମୟରେ ବାରକୋଟ ଥାନା ଦଣ୍ଡସିଂହା ଗ୍ରାମର ଶୁକୃ ଲୁହୁରା(୩୦) ନାମକ ଜଣେ ଶ୍ରମିକ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଶ୍ରମିକ ଭାବେ କାମ କରୁଥିଲେ । ସେ ଏକ ଇଲେକ୍ଟ୍ରିକ ଉଡ କଟର ତଥା କାଠକଟା ମ୍ୟାସିନ ସହାୟତାରେ ଏକ କାଠପଟା କାଟୁଥିବା ବେଳେ କଟର ମ୍ୟାସିନଟି ହଠାତ ଝଟକା ଦେଇ ପଛକୁ ଫେରି ଆସିବା ସହ ତାଙ୍କର ମୁହଁ, ନାକ ଏବଂ କାନରେ ବାଜି କ୍ଷତ ସ୍ରୁଷ୍ଟି ହୋଇଛି।