This browser does not support the video element.
ଦେବଗଡ: ଦନ୍ତାରିବାହାଳ ଗ୍ରାମରେ ଗୋଖର ନାଗ ସାପ ଦଂଶନରେ ଜଣେ ଗୁରୁତର
Debagarh, Debagarh (Deogarh) | Sep 8, 2025
ଦେବଗଡ ଥାନା ଅନ୍ତର୍ଗତ ଦନ୍ତାରିବାହାଳ ଗ୍ରାମରେ ଆଜି ଗୋଖର ନାଗ ସାପ ଦଂଶନରେ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ସେହି ଗ୍ରାମର ହୃଷିକେଶ ପାତ୍ର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆଜି ସନ୍ଧ୍ୟା ପ୍ରାୟ ୬.୩୦ ରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ହୃଷିକେଶ ଘାସ କାଟୁଥିବା ବେଳେ ତାଙ୍କ ଗୋଡରେ ଏକ ଗୋଖର ନାଗ କାମୁଡି ଦେଇଥିଲା । ଜୃଷିକେଶ ତୁରନ୍ତ ଘରକୁ ଆସି ପରିବାର ଲୋକଙ୍କୁ ଏହା ଜଣାଇଥିଲେ ।