This browser does not support the video element.
ସୋର: ବେଗୁନିଆ ନିକଟରେ ଦୁର୍ଘଟଣାରେ ମୃତ କୈଳାସ ଚକ୍ଷୁଦାନ କରି ହୋଇଗଲେ ଅମର, ସୋର ଥାନାରେ ଦିଆଗଲା ଶ୍ରଦ୍ଧାଞ୍ଜଳି
Soro, Balasore | Sep 12, 2025
ପୋଲିସ ବିଭାଗର ଜଣେ ତଳିଆ ପୁଲିସ କର୍ମଚାରୀ।ଚକ୍ଷୁଦାନ କରି ଆଜି ସୋର ଥାନାର ମାନ ରଖିବା ସହିତ ଅମର ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ ବାଗୁଡ଼ି ଗ୍ରାମର କୈଳାସ ବେହେରା ସୋର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଗତକାଲି କୈଳାସ ବାଲେଶ୍ୱରରେ ହେଉଥିବା ଓଡ୍ରାଫ ଟ୍ରେନିଂ ପାଇଁ ସୋର ଥାନାରେ କାର୍ଯ୍ୟରତ ଅନ୍ୟ ଗୃହରକ୍ଷୀଙ୍କ ସହିତ ଯାଇଥିଲେ। କିନ୍ତୁ ଅପରାହ୍ନରେ ସେଠାରୁ ଟ୍ରେନିଂ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା ବେଗୁନିଆ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକା ଦେଇ ଫେରାର ହୋଇଯାଇଥିଲା।