This browser does not support the video element.
କୋରାପୁଟ ସହର: ଜିଲ୍ଲାକୁ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ନେଇ ରେଡ ଆଲର୍ଟ ଜାରି
Koraput Town, Koraput | Aug 26, 2025
କୋରାପୁଟ ଜିଲ୍ଲାରେ ଆଜି ଠାରୁ ଆସନ୍ତା କାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ ୱାର୍ଣିଂ ଜାରି କରାଯାଇଛି। ଏନେଇ ଆଜି ଦିନ ୧ଟେ ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। ଏ ପଟେ ପ୍ରବଳ ବର୍ଷା କୋରାପୁଟ ଜିଲ୍ଲାରେ ଲାଗି ରହିଥିବା ଦେଖିବାକୁ ମିଳିଛି। ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ଝଡ଼ ତୋଫାନ ସମ୍ଭାବନା ରହିଥିବାର ସୂଚନା ରହିଛି।