This browser does not support the video element.
ଦେବଗଡ: କୋରଡପସି ଗାଁରେ ହାତୀ ଉପଦ୍ରବ ରୋକିବା ପାଇଁ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
Debagarh, Debagarh (Deogarh) | Oct 10, 2025
ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋରଡପସି ଗାଁରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଛି । ତେବେ ହାତୀ ଉପଦ୍ରବ ରୋକିବା ପାଇଁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦେବଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଜି ଦିନ ପ୍ରାୟ ୧୨ ଟାରେ ଆସି କୋରଡପସି ଗ୍ରାମବାସୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ କୋରଡପସି ଗ୍ରାମରେ ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଗତ କିଛି ବର୍ଷ ହେଲା କୋରଡପସି ସମେତ ଉକ୍ତ ଅଂଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି।