This browser does not support the video element.
ଟିଟିଲାଗଡ: ରାସ୍ତା ମରାମତି ପାଇଁ କରାଗଲା କଂକ୍ରିଟ କାମ - ନ ଶୁଖୁଣୁ ଗାଡ଼ି କରୁଛି ଯିବା ଆସିବା - ଏ କିଭଳି କାମ ବୋଲି ପ୍ରଶ୍ନ କଲେ ବରିଷ୍ଠ ସାମ୍ବାଦିକ
Titlagarh, Balangir | Oct 1, 2025
କିଛି ଦିନ ତଳେ ପୂର୍ତ୍ତ ବିଭାଗ ମନ୍ତ୍ରୀ, ଯନ୍ତ୍ରୀ ନିଜ ବିଭାଗୀୟ ଇଞ୍ଜିନିୟର ମାନଙ୍କୁ ପୂଜା ପର୍ବାଣୀ ପୂର୍ବରୁ ରାସ୍ତାରେ ଥିବା ଖାଲ/ଖମାକୁ ମରାମତି କରିବା ପାଇଁ ଆଦେଶ ଦେଇଥିଲେ, ଟିଟିଲାଗଡର ପୂର୍ତ୍ତ ବିଭାଗ ଏ ଦିଗରେ କେଉଁ କେଉଁଠି ପିଚୁ ମରାମତି କାମ କରି ଥିଲା, ଆଜି ଆଇ ଲଭ ଟିଟିଲାଗଡ଼ ପାର୍କ ସାମନାରେ ଥିବା ଖାଲ ଢ଼ିପ ରାସ୍ତାରେ କଂକ୍ରିଟ କାମ କରି ଥିବାରୁ ବିଭାଗିୟ ଅଧିକାରୀଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲୋକେ ଦେଇଛନ୍ତି କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଆଜି ସକାଳ ୬ ଟା ରେ କଂକ୍ରିଟ କାମ କରି ସଙ୍ଗେ ସଙ୍ଗେ ଉକ୍ତ କାମ ଉପରେ ଗାଡ଼ି ଚଳାଚଳ କରେଇ ଦେବାର କଥା ବୁଝି ହେଉନି