This browser does not support the video element.
କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଶିକ୍ଷକ ତରୁଣ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
Koraput Town, Koraput | Sep 1, 2025
କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାସ ୨୦୨୫ ବର୍ଷ ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ଆସନ୍ତା ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସ ଦିନ ଶିକ୍ଷକ ତରୁଣ କୁମାର ଦାସ ରାଷ୍ଟ୍ରପତି ମହାମହିମ ଦ୍ରୋପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହ ସମ୍ମାନୀତ ହେବାକୁ ମନୋନୀତ ହୋଇଛନ୍ତି। ଏନେଇ ସୋମବାର କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୀଳନୀ କକ୍ଷରେ ସକାଳ ୧୦ ଘଣ୍ଟା ସମୟରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଶିକ୍ଷକ ତରୁଣ ଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କୋରାପୁଟ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରୀୟ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି।