This browser does not support the video element.
ଚମ୍ପୁଆ: ବଡବିଲ ୱାର୍ଡ ନମ୍ବର ୮ ପିଏଚଡ଼ି ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣରେ ଗୁଟଖା ଜବତ କଲା ପୋଲିସ
Champua, Kendujhar | Sep 8, 2025
ବଡ଼ବିଲ ପୋଲିସ ଆଜି ଏହି ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୮ ପିଏଚଡ଼ି ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଏକ ଗୋଦାମ ଓ ଷ୍ଟୋର ଘରୁ ବିପୁଳ ପରିମାଣରେ ଗୁଟଖା, ଜର୍ଦ୍ଦା ଆଦି ଜବତ କରିଥିବା ଜଣା ପଡିଛି। ପୋଲିସର ଏକ ସ୍ପେଶାଲ ଟିମ ଏହି ଚଢ଼ାଉ କରିଥିବା ବେଳେ ଏଥିରେ ବିଭିନ୍ନ କମ୍ପାନୀର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଗୁଟଖା ଓ ଜର୍ଦ୍ଦା ପକେଟ୍ ଜବତ କରା ଯାଇଥିବା ବଡବିଲ ପୋଲିସ ପକ୍ଷରୁ ସୂଚନା ମିଳିଛି।