This browser does not support the video element.
ଝାରସୁଗୁଡା: ଲଖନପୁର ବ୍ଲକ ସାଗରପାଲି ଗ୍ରାମରେ ଇନ୍ଦ୍ରପୂଜା ଅନୁଷ୍ଠିତ
Jharsuguda, Jharsuguda | Sep 7, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଗ୍ରାମରେ ଇନ୍ଦ୍ରପୂଜା ଅନୁଷ୍ଠିତ ହୋଇଛି l ଆଜି ରବିବାର ସକାଳ ୯ ଟା ରୁ ଅପରାହ୍ନ ୧୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି ପୂଜାରେ ଶିବ ନାରାୟଣ ନାୟକ ପୂଜକ ଦାୟିତ୍ୱ ତୁଲାଇ ଥିବବେଳେ ଜଗଦୀଶ ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ, ପୂର୍ବତନ ରାଷ୍ଟ୍ରୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଶୋଭା ଯାଦବ, ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା ପ୍ରମୁଖ ପୂଜା ରେ ଯୋଗଦେଇଥିଲେ l ସାଗରପାଲି ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସୁବୃଷ୍ଟି କରିବା ପାଇଁ ଇନ୍ଦ୍ର ଦେବ ଙ୍କ ପୂଜାର୍ଚ୍ଚନା କରିଛନ୍ତି l