This browser does not support the video element.
ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବଉଳାଙ୍ଗ ଛକରେ ଉତ୍ତେଜନା,ଚୋରା ମଦ ଦୋକାନ ଭାଙ୍ଗିଲେ ଉତ୍ୟକ୍ତ ମହିଳା
Jajapur, Jajpur | Sep 3, 2025
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବଉଳାଙ୍ଗ ଛକରେ ଉତ୍ତେଜନା,ଚୋରା ମଦ ଦୋକାନ ଭାଙ୍ଗିଲେ ଉତ୍ୟକ୍ତ ମହିଳା। ଦୋକାନ ଭିତରକୁ ବିଭିନ୍ନ ମାଦକ ଦ୍ରବ୍ୟ ଜବତ କଲେ ମହିଳା।କନିକାପଡା ପଞ୍ଚାୟତ ବୋଉଳାଙ୍ଗ ଛକରେ ଦୀର୍ଘ ଦିନ ଧରି ଜୈନିକ ବ୍ୟକ୍ତି ମଦ ବିକ୍ରୀ କରୁଥିବାରୁ ଆଜି ମଧୁପୁର ଗ୍ରାମ ର ପହିସାହି ର ମହିଳା ଗୋଷ୍ଠୀ ର ମହିଳା ମାନେ ଏକଜୁଟ ହୋଇ ମଦ କେବିନ ଭାଙ୍ଗିବା ସହ ବିଭିନ୍ନ ମିଶା ମାଦକ ଦବ୍ୟ ଜବତ କରିଥିଲେ। ସେପଟେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ମହିଳାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା l