This browser does not support the video element.
ଚମ୍ପୁଆ: ବିଆରପିଏଲ ବେଲ୍ଟ ଲାଇନ ନିକଟରେ ହାଇୱା କଡରେ ପିଟିଲା ହାଇୱା, ଚାଳକ ଗୁରୁତର
Champua, Kendujhar | Aug 26, 2025
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବିଆରପିଏଲ୍ ବେଲ୍ଟ ଲାଇନ୍ ନିକଟରେ ଆଜି ଏକ ହାଇୱା ଅନ୍ୟ ଏକ ହାଇୱା କଡରେ ଜୋରଦାର ଧକ୍କା ଦେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଚାଳକ ଜଣକ ଗୁରୁତର ଅବସ୍ଥାରେ ଗାଡି ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ରହିଛି।