This browser does not support the video element.
କଣ୍ଟାମାଳ: ଭାଲୁ ଆକ୍ରମଣରେ ଗୁହିରାପାଳି ରେ ଯୁବକ ଗୁରୁତର,ସୁବର୍ଣ୍ଣପୁର ଚିକିତ୍ସାଳୟ ଭର୍ତି
Kantamal, Boudh (Bauda) | Aug 30, 2025
ଭାଲୁ ଆକ୍ରମଣରେ ଯୁବକ ଗୁରୁତର, କଣ୍ଟାମାଳ ରେଞ୍ଜ ବରପଦର ସେକ୍ସନ ଅଧୀନ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗୁହିରା ପାଲି ଗ୍ରାମ ନିକଟରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କୁ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିବା ବେଳେ ସେ ଗୁରୁତର ହୋଇ ପଡିଥିଲେ | ଖବର ପାଇ ସ୍ଥାନୀୟ ଯୁବକ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ ପଠେଇଥିବା ଜଣା ପଡିଛି | ସୂଚନା ଅନୁସାରେ ଗୁହିରା ପାଲି ଗ୍ରାମର ମେଟା ଗୁରୁ ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ମେହେରୁଣୀ ନାଳକୁ ଯାଇ ଥିବା ବେଳେ ସେଠାରେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା |