This browser does not support the video element.
କୋରେଇ: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ,35 ଲିଟର ଦେଶୀମଦ ସହିତ ବାଇକ ଜବତ,ଜଣେ ଗିରଫ,କୋର୍ଟ ଚାଲାଣ
Korai, Jajpur | Aug 28, 2025
ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ,35 ଲିଟର ଦେଶୀମଦ ସହିତ ବାଇକ ଜବତ,ଜଣେ ଗିରଫ,କୋର୍ଟ ଚାଲାଣ l ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୁ ପ୍ରସାଦ ସାହୁ ରଗଡି ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ଦେଶୀ ମଦ ବିକିବାକୁ ନେଇକି ଆସୁଥୁବା କୁ ଦେଖି ଗିରଫ କରିଥିଲେ l ଗିରଫ ବ୍ୟକ୍ତି ହେଲେ କୋରେଇ ଥାନା ରାଉତପଡା ଅଞ୍ଚଳର ଦିଲ୍ଲୀପ କୁମାର ଜେନା ବୋଲି ଜଣାପଡିଛି l