This browser does not support the video element.
ଟିଟିଲାଗଡ: ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି କାର୍ଯ୍ୟରୁ ନିଲମ୍ବିତ ହେଲେ ଗୁଦ୍ରାମୁଣ୍ଡା ସ୍କୁଲ ଶିକ୍ଷକ ପ୍ରତାପ କୁମାର ନନ୍ଦ
Titlagarh, Balangir | Aug 25, 2025
ତୃତୀୟ ଶ୍ରେଣୀ ଛାତ୍ରକୁ ମାଡ ମାରି କାର୍ଯ୍ୟରୁ ନିଲମ୍ବିତ ହେଲେ ସ୍କୁଲ ଶିକ୍ଷକ।ସୂଚନା ମୁତାବକ ସଇଁତଳା ବ୍ଲକ ଗୁଦ୍ରାମୁଣ୍ଡା ଗାଁ ରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପ୍ରତାପ କୁମାର ନନ୍ଦ ଗତ ୨୨ ତାରିଖ ଦିନ ସ୍କୁଲର ଜଣେ ଛାତ୍ରକୁ ମଦ୍ୟପାନ କରି ନିର୍ଦ୍ଧୁମ ମାଡ ମାରିଥିଲେ। ଏ ନେଇ ଛାତ୍ରର ଅଭିଭାବକ ଟିକ୍ରାପଡ଼ାଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସ୍କୁଲକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିବା ସହ ଶିକ୍ଷା ବିଭାଗ ମଧ୍ଯ ତତ୍ପର ଦେଖାଇ ଆଜି ବ୍ଲକ ଶିକ୍ଷା ଅଧିକାରୀ ସଂପୃକ୍ତ ଶିକ୍ଷକକୁ ନିଲମ୍ବିତ କରିଛନ୍ତି।