This browser does not support the video element.
ବୌଦ୍ଧ ସଦର: ମେଡିକାଲ୍ ଛକ ନିକଟରେ କାର ଓ ସ୍କୁଟି ମଧ୍ୟରେ ଧକ୍କା, ଦୁଇ ଗୁରୁତର
Baudh Sadar, Boudh (Bauda) | Sep 1, 2025
ସୋମବାର ରାତିରେ ବୌଦ୍ଧ ସହର ମେଡିକାଲ୍ ଛକ ନିକଟରେ କାର ଓ ସ୍କୁଟି ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ଟିକର ପଡା ଗ୍ରାମ ପଞ୍ଚାୟତର ଗୁଡ଼ିଆଳି ଗ୍ରାମର ପ୍ରବୀର ରନବିଡା ଓ ବିରିଗଡ ଗ୍ରାମର ଟୁକୁନା ଦୀପ ଏକ ସ୍କୁଟିରେ ବ୍ରିଜ ଛକ ଆଡକୁ ଯାଉଥିବା ବେଳେ ବାଉଁଶୁଣୀ ପଟୁ ବ୍ରମ୍ହପୁର ଯାଉଥିବା ଏକ କାର ସହ ମେଡିକାଲ୍ ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ଉଭୟ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିଲେ |