Download Now Banner

This browser does not support the video element.

କୋରାପୁଟ ସହର: ରାୟପୁର ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ପଟାଙ୍ଗି ନିକଟରେ ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

Koraput Town, Koraput | Sep 10, 2025
ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଭାରତ ମାଳା ଯୋଜନାରେ ନିର୍ମାଣାଧୀନ ରାୟପୁର ବିଶାଖାପାଟଣା ଏକ୍ସପ୍ରେସ ହାଇୱେର ଅଗ୍ରଗତି ନେଇ ସମୀକ୍ଷା କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସଂନ୍ଧ୍ୟା ୫ଘଣ୍ଟା ସମୟରେ ସୂଚନା ଦେଇଛନ୍ତି । ରାୟପୁର ବିଶାଖାପାଟଣା  ଏକ୍ସପ୍ରେସ ହାଇୱେ ଏନ୍ଏଚ-୧୩୦ ସିଡି ଭାବରେ ପରିଚିତ ଅର୍ଥନୈତିକ କରିଡର ଭାରତ ମାଳା ପରିଯୋଜନା ଅଧୀନରେ କାର୍ଯ୍ୟକାରି ହେଉଥିବା  ୬ ଲେନ୍ ରାଜପଥ ମାଲ ପରିବହନ ଦକ୍ଷତା ବୃଦ୍ଧି କରିବା ଏବଂ ରପ୍ତାନିକୁ ବୃଦ୍ଧି କରିବା ଆଶା କରାଯାଉଛି।
Read More News
T & CPrivacy PolicyContact Us