This browser does not support the video element.
ବଡସାହି: ୧୮ନଂ ଜାତୀୟ ରାଜପଥ ତାରଣା ଛକରେ ସ୍କୁଟି ଚାଳକ ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ଉଦ୍ଧାର
Barsahi, Mayurbhanj | Aug 25, 2025
୧୮ନଂ ଜାତୀୟରାଜପଥ ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ତାରଣାଛକରେ ସୋମବାର ଅପରାହ୍ନ ପାଞ୍ଚଟାରେ ଘଟିଯାଇଥିବା ଏକ ସଡକ ଦୁର୍ଘଟଣାରେ ଜନୈକ ସ୍କୁଟିଚାଳକ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଜେଏଚ-୦୫ ଡିଏଲ-୧୧୬୩ ନମ୍ବର ବିଶିଷ୍ଟ ସ୍କୁଟିଯୋଗେ ଜନୈକ ଯୁବକ ବାରିପଦା ଅଭିମୁଖେ ଯାଉଥିବା ବେଳେ ନଙ୍ଗଳକଟା ଚର୍ଚ୍ଚ ଛକ ପରେ ପରେ ତାରଣା ଛକରେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l