This browser does not support the video element.
କୋରାପୁଟ ସହର: ଜିଲ୍ଲାପାଳ କାର୍ଯ୍ୟଳୟରେ ୧୦ ଦଫା ଦାବି ନେଇ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କରସ ଆସୋସିଏସନ୍ ର ଦାବିପତ୍ର ପ୍ରଦାନ
Koraput Town, Koraput | Aug 21, 2025
୧୦ ଦଫା ଦାବୀ ନେଇ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନର ସଦସ୍ୟା ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଦିନ ୨ଟା ସମୟରେ ଦାବିପତ୍ର ପ୍ରଦାନ କରିଥିଲେ। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଦାବିପତ୍ର ଗ୍ରହଣ କରିଥିଲେ।