This browser does not support the video element.
ବିଞ୍ଝାରପୁର: ବିଞ୍ଝାରପୁର ଜଳ ସମ୍ପଦ ବିଭାଗ କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ
Binjharpur, Jajpur | Jul 27, 2024
କେନାଲ ମରାମତି ଆଳରେ ପ୍ରତି ବର୍ଷ ବ୍ଯୟ ବରାଦ ହେଉଛି ସରକାରୀ ଅର୍ଥ। ସରକାରୀ ଅର୍ଥରେ କେନାଲର ଉଭୟ ପାର୍ଶ୍ବରେ କଂକ୍ରିଟ ଢଳେଇ ଓ ତଳେ ପଥର ପ୍ଯାକିଂ ହୋଇଛି ଏବଂ ଘାସ ସଫେଇ ନାଁରେ ବି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କେନାଲରୁ ଚାଷ ଜମିକୁ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଏ ନେଇ ବିଞ୍ଝାରପୁର ଜଳ ସମ୍ପଦ ବିଭାଗ କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିଲେ ଏକାଧିକ ଚାଷୀ | ବର୍ଷା ଅଭାବ କାରଣରୁ ବର୍ତମାନ ପର୍ଯ୍ୟନ୍ତ ଚାଷ ଆରମ୍ଭ ହୋଇପାରୁନଥିବା ଭଳି ନାନା ସମସ୍ୟା ଦେଖିବାକୁ ମିଳୁଛି l