This browser does not support the video element.
ଜି ଉଦୟଗିରି: ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
G Udayagiri, Kandhamal | Aug 24, 2024
କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି କ୍ଲଷ୍ଟର ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂ ମେ ମାସ ଶେଷରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଖରାଛୁଟି ରହିଥିବାରୁ ସେହି ସମୟରେ ତାଙ୍କୁ କ୍ଲଷ୍ଟର ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇପାରି ନ ଥିଲା। ଶନିବାର କ୍ଲଷ୍ଟରର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏକାଠି ହୋଇ ସିମନବାଡି ବିଦ୍ୟାଳୟ ପରିସର ମଧ୍ୟରେ ଅବସରକାଳୀନ ଉତ୍ସବ ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।