Download Now Banner

This browser does not support the video element.

ଦେବଗଡ: ଗଜୁରିବଣୀ ଛକ ନିକଟରେ ଟ୍ରକ ପଛପଟେ ଧକ୍କା ଦେଇ ବାଇକ ଚାଳକ ଗୁରୁତର ଆହତ

Debagarh, Debagarh (Deogarh) | Aug 25, 2025
ଦେବଗଡ ଥାନା ଅନ୍ତର୍ଗତ ଗଜୁରିବଣୀ ଛକ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ପଛପଟେ ଧକ୍କା ଦେଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଥିବା ବାଇକ ଚାଳକ ବୌଦ୍ଧ ଜିଲ୍ଲା କଂଟାମାଲ ଅଂଚଳର ଦେବେନ୍ଦ୍ର ମହାନନ୍ଦ ବୋଲି ଜଣାପଡିଛି । ଦେବେନ୍ଦ୍ର ଦେବଗଡର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କର୍ମଚାରୀ ଅଛନ୍ତି । ଆଜି ସକାଳ ପ୍ରାୟ ୯ ଟାରେ ଦେବେନ୍ଦ୍ର ନିଜ ବାଇକ ଯୋଗେ ଦେବଗଡରୁ ବାରକୋଟ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତା କଡରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକ ପଛପଟେ ଭାରସାମ୍ୟ ହରାଇ ଧକ୍କା ଦେଇଥିବା ବେଳେ ଦେବେନ୍ଦ୍ର ଗୁରୁତର ଆହତ ହୋଇଥିଲେ ।
Read More News
T & CPrivacy PolicyContact Us