This browser does not support the video element.
ପୁରୀ ମ୍ୟୁନିସିପାଲଟି: ଫ୍ରେଣ୍ଡସ କ୍ଲଵ ଲେନରେ ଶାଳୀର ସ୍କୁଟି ଜାଳିଦେବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଭିଣୋଇ ଗିରଫ ସହ କୋର୍ଟ ଚାଲାଣ
Puri M, Puri | Jun 2, 2025
ଫ୍ରେଣ୍ଡସ କ୍ଲଵ ଲେନରେ ଶାଳୀର ସ୍କୁଟି ଜାଳିଦେବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଭିଣୋଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଭିଣୋଇର ପରିଚୟ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ କିଆଝରପାଟଣାର ଗଙ୍ଗାଧର ନାୟକ 26 l ଫ୍ରେଣ୍ଡସ କ୍ଲଵ ଲେନର ଭୂମିକା ସାହୁ ନାମ୍ନୀ ଜଣେ ଯୁବତୀ ଗତ 22ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଗତ 21ରାତ୍ରରେ ଘରକୁ ଆସି ଦେଖିଥିଲେ ଯେ ତାଙ୍କର ଓଡି 02ବିଡି 7021ନମ୍ବର ବିଶିଷ୍ଟ ସ୍କୁଟିଟି ଘର ସମ୍ମୁଖରେ ଜଳୁଥିଲା l ପରେ ସ୍କୁଟିକୁ କିଏ ଜାଳିଦେଇଥିବା ନେଇ ସେ ଅଭିଯୋଗ କରିଥିଲେ l