Download Now Banner

This browser does not support the video element.

ଲାଞ୍ଜିଗଡ: ମହାବୀର କମ୍ପାନୀକୁ ବିରୋଧରେ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

Lanjigarh, Kalahandi | Sep 12, 2025
ବେଦାନ୍ତ ଲିମିଟେଡ ଅଧୀନରେ ଠିକା କାମ କରୁଥିବା ମହାବୀର କମ୍ପାନୀର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ମହାବୀର ଓ ଶ୍ରୀରାମ କମ୍ପାନୀ ଦାୟିତ୍ୱରେ ଥିବା ତ୍ରିଲୋଚନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ କମ୍ପାନୀ କାମ ସମ୍ଭାଳିବା ବଦଳରେ ସ୍ଥାନୀୟ ବିସ୍ଥାପିତ ଅଞ୍ଚଳବାସୀଙ୍କ ଆଗରେ ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କିଛି ଦଲାଲ ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ହାତ କରି ସେ ଅଞ୍ଚଳର ଗରିବ, ନିରୀହ ଆଦିବାସୀ ତଥା ଜନ ପ୍ରତିନିଧିମାନଙ୍କ ଉପରେ ଆତଙ୍କରାଜ ଚଳାଇ ଥିବାବେଳେ ଏହାକୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳର ବାସୀ।
Read More News
T & CPrivacy PolicyContact Us